ଚୁକ୍ତିରେ ଦୃଢ଼ତା (#15520)

ସ୍ୱୟଂ ସେ ହେଉଛନ୍ତି ସର୍ବଶକ୍ତିମାନ, ପରମ କ୍ଷମାଶୀଳ, ପରମ କରୁଣାମୟ !

ହେ ଭଗବାନ୍, ମୋର ଈଶ୍ୱର ! ତୁମ ସେବକଗଣଙ୍କୁ ସର୍ବନାଶ ପରିସ୍ଥିତି ମଧ୍ୟରେ ଓ ଭ୍ରାନ୍ତିର ନର୍କ ମଧ୍ୟରେ ତୁମେ ଦେଖିଛ, କେଉଁଠାରେ ଅଛି ତୁମ ମାର୍ଗଦର୍ଶନର ଆଲୋକ, ହେ ସ୍ୱୟଂ ତୁମେ ଜଗତର ପରମ ଆକାଙ୍କ୍ଷା ? ସେମାନଙ୍କର ଅସହାୟ ଏବଂ ଦୁର୍ବଳତାକୁ ତୁମେ ଜାଣିଛ; କେଉଁଠାରେ ଅଛି ତୁମର ଦିବ୍ୟ କ୍ଷମତା, ହେ ସ୍ୱୟଂ ତୁମେ ଯାହାଙ୍କର କ୍ଷମତାଧୀନରେ ସ୍ୱର୍ଗ ଏବଂ ର୍ମ୍ୟର ସାମର୍ଥ୍ୟସମୂହ ନିର୍ଭର କରେ ? 


ହେ ପ୍ରଭୁ, ମୋର ଈଶ୍ୱର ! ତୁମ ପ୍ରେମର୍ପୂ ସସ୍ନେହ କରୁଣାର ଆଲୋକ ତଥା ତୁମ ପ୍ରଜ୍ଞା ଓ ବିଜ୍ଞତାର ମହାସାଗରର ଉାଳତରଙ୍ଗର ଦ୍ୱାହି ଦେଇ ଏବଂ ତୁମର ଯେଉଁ ବାଣୀ ମାଧ୍ୟମରେ ତୁମ ସାମ୍ରାଜ୍ୟର ଜନଗଣଙ୍କ ମଧ୍ୟରେ ତୁମେ ପ୍ରଭାବ ବିସ୍ତାର କରିଛ, ସେହି ବାଣୀର ଦ୍ୱାହି ଦେଇ ମୁଁ ତୁମକୁ ଅନୁରୋଧ କରୁଛି ଯେ, ତୁମ ଦିବ୍ୟ ଗ୍ରନ୍ଥରେ ଥିବା ତୁମ ର୍ନିେଶକୁ ପାଳନ କରୁଥିବା ସେହିମାନଙ୍କ     ମଧ୍ୟରେ ଜଣେ ହେବା ଲାଗି ମୋତେ ଅନୁମତି ଦିଅ । ତୁମର ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଯାହା ତୁମେ ବିଧାନ କରିଛ ତାହା ମୋ ପାଇଁ ବିଧାନକର । ସେମାନେ ତୁମ କୃପାର ପିଆଲାରୁ ସ୍ୱର୍ଗୀୟ ପ୍ରେରଣାର ମଦିରାକୁ ଆକଣ୍ଠ ପାନ କରିଛନ୍ତି ଏବଂ ତୁମର ଅଭିଳାଷକୁ କାର୍ଯ୍ୟକାରୀ କରିବାକୁ କ୍ଷୀପ୍ର ଗତିରେ ଦ୍ୱରାନ୍ୱିତ ହୋଇଛନ୍ତି ତଥା ତୁମର ଦିବ୍ୟ ଚୁକ୍ତି ଓ ଦିବ୍ୟ ଇଚ୍ଛାପତ୍ରକୁ ପାଳନ କରିଛନ୍ତି । ତୁମେ ଯେପରି ଇଚ୍ଛା କର ତାହା ସମ୍ପନ୍ନ କରିବାକୁ କ୍ଷମତାଶାଳୀ ଅଟ । ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି । 

ହେ ପ୍ରଭୁ ! ତୁମ ବଦାନ୍ୟତା ମାଧ୍ୟମରେ ମୋ ପାଇଁ ତାହା ବିଧାନ କର, ଯାହାକି ଏହି ଜଗତର ତଥା ଆଗାମୀ ଜଗତରେ ମୋତେ ସମୃଦ୍ଧିଶାଳୀ କରାଇବ ଏବଂ ତୁମ ସନ୍ନିକଟକୁ ମୋତେ ଆକର୍ଷିତ କରିପାରିବ । ହେ ତୁମେ ସକଳ ମାନବଜାତିର ପ୍ରଭୁ ! ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି; ତୁମେ ହିଁ ଅଦ୍ୱିତୀୟ, ପରମ ଶକ୍ତିଶାଳୀ, ପରମ ଗୌରବମୟ ।

-Bahá'u'lláh
-----------------------

ଚୁକ୍ତିରେ ଦୃଢ଼ତା (#15521)

ହେ ମୋର ପ୍ରଭୁ, ମୋର ପରମ ଆଶା ! ତୁମର ଶକ୍ତିଶାଳୀ ଚୁକ୍ତି ମଧ୍ୟରେ ଦୃଢ଼ ରହିବା ଲାଗି, ତୁମ ପ୍ରକାଶମୟ ଧର୍ମ ପ୍ରତି ବିଶ୍ୱସ୍ତ ରହିବା ଲାଗି, ତୁମ ସୌନ୍ଦର୍ଯ୍ୟର ଦିବ୍ୟଗ୍ରନ୍ଥରେ ସେମାନଙ୍କ ନିମନ୍ତେ ତୁମେ ନିର୍ଦ୍ଧାରିତ କରିଥିବା ର୍ନିେଶାବଳୀକୁ କାର୍ଯ୍ୟକାରୀ କରିବା ଲାଗି ତୁମ ପ୍ରିୟ ଜନମାନଙ୍କୁ ତୁମେ ସହାୟ ହୁଅ; ଯ୍ୱାରା ସେମାନେ ମାର୍ଗ ଦର୍ଶନର ଧ୍ୱଜା ଏବଂ ଊଦ୍ଧ୍ୱର୍ରାଜ୍ୟର ଦିବ୍ୟ ସାହଚର୍ଯ୍ୟର ପ୍ରଦୀପ, ତୁମ ଅସୀମ ବିଜ୍ଞତାର ନିର୍ଝର ଓ ସ୍ୱର୍ଗୀୟ ଆକାଶରୁ ପ୍ରଜ୍ଜ୍ୱଳିତ ହେଲାଭଳି ଠିକ୍ ପଥ ପ୍ରଦର୍ଶନ କରାଉଥିବା ସେହି ତାରକାପୁଞ୍ଜ ସଦୃଶ ସେମାନେ ହୋଇପାରିବେ । ବାସ୍ତବିକ, ତୁମେ ହେଉଛ ପରମ ଅଜେୟ, ସର୍ବଶକ୍ତିଶାଳୀ, ମହା ବଳବାନ୍ ।

-The Báb
-----------------------

ଚୁକ୍ତିରେ ଦୃଢ଼ତା (#15522)

ହେ ପ୍ରଭୁ ! ତୁମ ପଥରେ ଆମ୍ଭାମାନଙ୍କ ପଦକୁ ଦୃଢ଼କର ଏବଂ ଆମ୍ଭମାନଙ୍କ ହୃଦୟସମୂହକୁ ତୁମର ଆଜ୍ଞାନୁର୍ବୀ ହେବା ପାଇଁ ସୁଦୃଢ଼ କର । ତୁମ ଏକତ୍ୱର ଦିବ୍ୟ ସୌନ୍ଦର୍ଯ୍ୟ ଆଡ଼କୁ ଆମ୍ଭମାନଙ୍କ ମୁଖକୁ     ଅଭିମୁଖୀ କରାଅ ତଥା ତୁମ ପରମ ଦିବ୍ୟ ଏକତାର ସଂକେତାବଳୀ ଦ୍ୱାରା ଆମ୍ଭମାନଙ୍କ ବକ୍ଷସମୂହକୁ ଉଲ୍ଲସିତ କର । ତୁମ ବଦାନ୍ୟତାର ପୋଷାକରେ ଆମ୍ଭମାନଙ୍କ ଶରୀରକୁ ଅଳଙ୍କୃତ କର ଓ ଆମ୍ଭମାନଙ୍କ ଚକ୍ଷୁ ସ୧ୁଖରୁ ପାପର୍ପୂ ପରଦାକୁ ଅପସାରିତ କରିନିଅ ଏବଂ ତୁମ ବଦାନ୍ୟତା ଆମ୍ଭମାନଙ୍କୁ ପ୍ରଦାନ କର; ଯ୍ୱାରା ସକଳ ପ୍ରାଣୀଙ୍କ ଅସ୍ତିତ୍ୱ ତୁମ ଗୌରବର ଚକ୍ଷୁ ସ୧ୁଖରେ ତୁମର ପ୍ରଶଂସାଗାନ କରିପାରିବ । ହେ ପ୍ରଭୁ ! ତେବେ, ତୁମ କୃପାର ବାଣୀ ତଥା ତୁମ ସ୍ୱର୍ଗୀୟ ଓ ଦିବ୍ୟ ଅସ୍ତିତ୍ୱ ସାର ରହସ୍ୟ ଦ୍ୱାରା ସ୍ୱୟଂ ତୁମେ ନିଜକୁ ପ୍ରକାଶ କର ଯ୍ୱାରା ଆମ୍ଭମାନଙ୍କ ଆତ୍ମାରେ ପ୍ରାର୍ଥନାର ପୁଣ୍ୟ ନିତ୍ୟ ଆନନ୍ଦ ଭରିଦେଇପାରିବ । ଯେଉଁ ପ୍ରାର୍ଥନା କି ଶବ୍ଦ ଓ ଅକ୍ଷରର ଊଦ୍ଧ୍ୱର୍ରେ ଉଦୟ ହେବ ଏବଂ ଉଚ୍ଚାରିତ ଶବ୍ଦ ଓ ଧ୍ୱନିର ଗୁଞ୍ଜନକୁ ଅତିକ୍ରମ କରିବ- ଯ୍ୱାରା ତୁମ ଦୀପ୍ତିମାନ୍ ପରିପ୍ରକାଶ ସ୧ୁଖରେ ସକଳ ବସ୍ତୁ ନଗଣ୍ୟ ରୂପେ ଦ୍ରବୀଭୂତ ହୋଇଯିବେ । 

ହେ ପ୍ରଭୁ ! ଏହି ସେବକଗଣ ତୁମ ଦିବ୍ୟ ଚୁକ୍ତି ଓ ଇଚ୍ଛାପତ୍ର ମଧ୍ୟରେ ଦୃଢ଼ ତଥା ଅଟଳ ରହିଛନ୍ତି, ତୁମ ଧର୍ମରେ ବିଶ୍ୱସ୍ତତାର ରଜ୍ଜୁକୁ ଦୃଢ଼ଭାବେ ଧାରଣ କରିଛନ୍ତି ଏବଂ ତୁମ ମହିମାପୋଷାକର ବସନାଳ ଜାବୁଡ଼ି ଧରିଛନ୍ତି । ହେ ପ୍ରଭୁ ! ତୁମର କରୁଣା ମାଧ୍ୟମରେ ସେମାନଙ୍କୁ     ସହାୟ ହୁଅ, ତୁମ କ୍ଷମତା ମାଧ୍ୟମରେ ସେମାନଙ୍କୁ ଦୃଢ଼ କର ଏବଂ ତୁମ ପ୍ରତି ଆଜ୍ଞାନୁର୍ବୀ ହେବା ନିମନ୍ତେ ସେମାନଙ୍କର କଟୀଦେଶକୁ ମଜ୍ଭୂତ କର । 

ତୁମେ ହେଉଛ ପରମ କ୍ଷମାଶୀଳ, ପରମ କରୁଣାମୟ ।

-The Báb
-----------------------

